ଅଧ୍ୟାୟ ୨୯ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସବୁଠି ଆଦର କମି ଯାଏ
ମଉଳା ଫୁଲଟିଏ ଭାବି ପାଦରେ
ଆଡେଇ ଦିଏ ସମୟ
କିନ୍ତୁ ଦେଖୁଥାଏ ସେ
ମନ କାନ୍ଭାସରେ
ଅଙ୍କା ଯାଇଥିବା ଛବିକୁ
କାହିଁ କିଛି ତ ପରିବର୍ତ୍ତନ ହୋଇନି
ରୂପ ପରିବର୍ତ୍ତନ ମନ ତ ସେମିତି
ସ୍ୱଚ୍ଛ ଆଉ ପବିତ୍ର
ସମୟର ଅଦେଖା ଆଇନାରେ
ମୁହଁ ଦେଖି ହସୁଥାଏ ନିଜେ ନିଜେ
ଓଃ ! ସେ ପରା ନାରୀଟିଏ !
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ