ଅଧ୍ୟାୟ ୪ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଅଭିମାନର ଗଣ୍ଠିଲି ଧରି ଚାଲିବି
ନାରୀଟିଏ ମୁଁ ସେଇ ରେବତୀଟିଏ
ସବୁ ବାରଣ ପାଇଁ ସେ ଦାୟୀ
ଶହେ ରେବତୀ ସଂସ୍କରଣ ହେଲେବି
ରେବତୀର ଭାଗ୍ୟ ଆଜିଯାଏ ଖୋଲିନି
ସେମିତି ଅଛି ଏକବିଂଶ ଶତାବ୍ଦୀରେ
ଆସୁଥିବି ନୂଆ ରୂପରେ
ତଥାପି ମୁଁ
ସେଇ ରେବତୀ ହୋଇ ରହିଯିବି
ଶାସନର ଚାବୁକ୍ ପ୍ରହାର ସହୁଥିବି
ମୁଁ ପରା ନାରୀଟିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ