ଅଧ୍ୟାୟ ୩୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମୁଁ ବୁଝି ନ ପାରଇ
ଦେବୀ ରୂପେ ମାଗୋ ତୋତେ ମୁଁ ବନ୍ଦଇ
ନାରୀ ରୂପେ ମାଗୋ ତୁ ନାରାୟଣୀ।
କେବେ ତୁ ଜନନୀ କେବେତୁ ଭଗିନୀ
କେବେ ତୁ ଜାୟା କେବେ ପୁଣି କନ୍ୟା
ନାରୀ ତୁ କେତେ ରୂପ ଧରିପାରୁ
କେମିତି ଏତେ ବଡ଼ ବୋଝ ବୋହିପାରୁ।
ପିଇପାରୁ ଲୁଣିଲୁହ ଏକା ହସିହସି
ପଥର କରିପାରୁ ପୁଣି ତୋର ଛାତି
ସେଇ ଛାତିରୁ ପୁଣି ଝରଇ ଅମୃତ
ସେଇ ଓଠ ପୁଣି ବାଣ୍ଟି ପାରେ ହସ।
କେତେବେଳେ ତୁ କନ୍ୟା ରତ୍ନଟିଏ
ସତେ ମା’ ଲକ୍ଷ୍ମୀ କନ୍ୟା ରୂପେ ଜନ୍ମ ନିଏ
କେବେ ପୁଣି ସ୍ନେହମୟୀ ଭଗିନୀଟିଏ
ସତେ ସୁଭଦ୍ରା ମାତା ଭଗିନୀ ରୂପେ ଥାଏ।
ପୁଣି ତୁ ଜାୟା ପୁରୁଷର ଅଙ୍କଶାୟିନୀ
ପ୍ରେମମୟୀ ପ୍ରିୟା ଦେଉ ପ୍ରୀତିରେ ଭସାଇ
ନାରୀ ତୁ ମମତାର ଫଲ୍ଗୁ ହୋଇ ବୋହିଯାଉ
ଜନନୀ ତୁ ସନ୍ତାନ ପାଇଁ ପଣତ ଲମ୍ବାଇ ଦେଉ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ