ଅଧ୍ୟାୟ ୩୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କେମିତି ଏତେ ତୋର
ମମତା ରହେ ।
ଯା’ ପାଇଁ ଯା’ ସବୁ ତୋ ପାଖକୁ ମିଳିଯାଏ
ସେଥିପାଇଁ ନାରୀ ରୂପେ ତୁ ନାରାୟଣୀ
ତୋତେ ମୁଁ କରେ କୋଟି ନମସ୍କାରର
ହେ ଜନନୀ!
ଦେବୀ ତୁହି ମାଗୋ ଧନ୍ୟ ସେ ବିନ୍ଧାଣି
କେମିତି ଗଢ଼ିଲା ଏତେ ରୂପ ଦେଇ ପୁଣି
ତୋ ପାଇଁ ପାଗଳ ଏ ସୃଷ୍ଟି ପରା ହୁଅଇ
ତୋ ରୂପରେ ମୁନି ମତି ଭ୍ରମ ହୋଇଥାଇ।
ତୁ ପୁଣି ଏକା ସୃଷ୍ଟି ରକ୍ଷାକାରିଣୀ ହେ ନାରୀ
ଯୁଗେ ଯୁଗେ ତୁ ଚିର ନମସ୍ୟ ହେ ଜନନୀ
ଛଳନାମୟୀ, ହାସ୍ୟମୟୀ, ଲାସ୍ୟମୟୀ,
ରୂପମୟୀ, ମମତାମୟୀ, ପ୍ରୀତିମୟୀ
ପ୍ରେମମୟୀ ହେ ଜନନୀ ।
କେବେ ଫୁଲ ପରି ନରମ ତୋର ମନ
କେବେ ଦୁର୍ଗା ରୂପେ କରୁ ତୁ ସଂହାର
ପୁଣି ତୁ ସୃଷ୍ଟି କାରିଣୀ ଦେଉ ଜୀବନ୍ୟାସ
କେତେ ପୁଣ୍ୟ ବଳେ ନାରୀ ଜନମ ମୋର
କୋଟି ନମସ୍କାର ତୁମକୁ ହେ ସୃଷ୍ଟି କର୍ତ୍ତା ଈଶ୍ୱର
ଆଖିରେ ଆଖିଏ ସ୍ୱପ୍ନ ନେଇ
ଆସିଥିବା ଗଙ୍ଗଶିଉଳି ଫୁଲଟିଏ
ସକାଳକୁ ଝରିଯାଏ।
ନାରୀଟିଏ
ପାହାନ୍ତି ଶୀତ ସକାଳର
ଶିଶିର ବିନ୍ଦୁ ସିଏ
ସକାଳର କଅଁଳ ଖରାରେ ମିଳାଇଯାଏ ।
ନାରୀଟିଏ
ଫୁଲ ପରି କୋମଳ ମନଟିଏ
ଝିକେ ଆଘାତରେ ଝରିପଡେ
ସେ କାଚ ଆଇନାର ଟୁକୁଡାଟିଏ
ସବୁ ଖଣ୍ଡରେ ଥାଏ ତା’ର ପ୍ରତିଛବି
ଆଉ ଥରେ ଭାଙ୍ଗି ଗଲେ
ତା'ର ସତ୍ତା ନ ଥାଏ।
ନାରୀ ଟିଏ
ନାରୀ ପୁଣି ପଥର
ସିଏ ପାଷାଣି ଅହଲ୍ୟା ପରି
ପଡି ରହିଥାଏ
ତଥାପି
ସ୍ୱବୁ ସ୍ୱପ୍ନର ନାୟିକା ସିଏ
ସଭିଙ୍କ ମନରେ ନିଶା ସିଏ
ଫୁଲ ପାଖୁଡାର ରକ୍ତିମ ଆଭା ସିଏ ।
ମନର ଗହନ ଭାବର ଧୈର୍ଯ୍ୟର
ପେନ୍ଥା ସିଏ
ତା’ ବିନା ଜୀବନ ଶୁଷ୍କ ଝରଣାଟିଏ
ସେ ନାରୀଟିଏ
ସମାଜ ପାଇଁ, ଜୀବନ ପାଇଁ
ସଂସାର ପାଇଁ, ଜରୁରୀ ସିଏ
ନାରୀଟିଏ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ