ଅଧ୍ୟାୟ ୩୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସୃଷ୍ଟିର ଅନବଦ୍ୟ ସୃଷ୍ଟି
ସଭିଙ୍କ ମନକୁ ପୁଲକିତ କରୁଥିବା
ଏକ ସୁନ୍ଦର ଗୋଲାପ ।
ଆଗ୍ନେୟଗିରିରୁ ହଠାତ୍
ଲାଭା ଉଦ୍ଗୀରଣ ପରି
ମୋ କୋହ ଯଦି ଉଛୁଳି ଯାଏ
ତାହା ହେଲେ କଣ ହେବ କହିଲ!
ସେଇ ମହାଭାରତ ବା ରାମାୟଣପରି
ପୁଣି କିଛି ବିଷୟବସ୍ତୁ
ଯୁଗଯୁଗପାଇଁ ଲିପିବଦ୍ଧ ହୋଇଯିବ
ଇତିହାସ ପୃଷ୍ଠାରେ।
ମୁଁ ଚାହେଁନା
ଆଉ ଥରେ ଲେଖାଯାଉ
ଆଉ ଏକ କାହାଣୀର ପୃଷ୍ଠା
ଥାଉ, ରହିଯାଉ ସବୁ କୋହ ବୁକୁ ତଳେ
ସହି ଯାଉଛି ସବୁ
ବିନା ଦ୍ୱିଧାରେ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ