ଅଧ୍ୟାୟ ୩୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଗୋଲାପର ଶେଯ
କେବେ ପୁଣି ତା’ ରାସ୍ତା କଣ୍ଟା
କେବେ ପୁଣି ସେ ସରଗର ପାରିଜାତ
କେବେ ସେ ମରୀଚିକା
ସ୍ୱପ୍ନର ସୁନ୍ଦରୀ ପୁଣି କାହାର ତୃଷ୍ଣା
ମମତାର ମନ୍ଦିର ସେ କା’ ପାଇଁ
ସ୍ନେହର ଝରଣାଟିଏ ସେ
କନ୍ୟା ରନôଟିଏ କା’ ଘରର
ପୁଣି ଅଙ୍ଗନାୟିକା କାହାର ।
କେତେ ତୋର ରୂପ ନାରୀ
କେତେ ତୋର ଅଭିନୟ
ନିତିନିତି ପିଇଥାଉ ମିଠାମିଠା ଜହର
ନାରୀ ତୁହି ନାରାୟଣୀ
ପୁଣି ସୃଷ୍ଟିକାରିଣୀ
ତୁହି ସୀତା ସତୀ ପୁଣି ଦ୍ରୌପଦୀ
ତୁହି ଅହଲ୍ୟା ତୁ ପୁଣି ମନ୍ଥରା
ତୁ ରାଧା, ତୁ ମୀରା
ଛଳନାମୟୀ ହାସ୍ୟମୟୀ ଲାସ୍ୟମୟୀ
ପ୍ରେମମୟୀ ତୁ ।
ଛଳନାରେ ଗଢିପାରୁ ସ୍ୱପ୍ନର ତାଜ
ସୃଷ୍ଟିକାରିଣୀ ପୁଣି ସଂହାରକାରିଣୀ ମା’
ଆଜି ଯାଏଁ କେ ବୁଝିପାରିନି ତୋତେ
କୋଟି ପ୍ରଣାମ ତୋ ରୂପକୁ ସତେ
କେତେବେଳେ ତୋତେ
କିଏ ଭଲ ପାଏ ।
କେତେବେଳେ ପୁଣି ପ୍ରତାରଣା କରିଥାଏ
କେବେ ନିର୍ଯାତନା ପୁଣି
କେବେ ଘୃଣାଭାବ
ତୋତେ କନ୍ୟାଟିଏ ବୋଲି
କିଏ ଫିଙ୍ଗିଦିଏ ବଣବୁଦା ପାଖେ
କେବେ କିଏ କରେ ବଳାକôାର
କେବେ ପୁଣି କଟୁକଥା ଭାଗ୍ୟେ ।
ସବୁ ସହି ଓଠରେ ଥାଏ ଚେନାଏ ହସ
ଲୁହ ପିଇପିଇ ଯିଏ ବଞ୍ଚିଥାଏ
ସବୁ ଅସମ୍ଭବକୁ ସମ୍ଭବ କରିଦିଏ
ଜଞ୍ଜାଳରେ ଘାଣ୍ଟି ହୁଏ,
ପୁଣି ଅନ୍ତଫାଡି ଜନ୍ମ ଦିଏ
ସବୁ କରିପାରେ ଯିଏ
ସେ ନାରୀ ଟିଏ ।
ସଂସାର ନାବ ଚଳାଇ ଥାଏ
ସେ ଏକା ଏ ସୃଷ୍ଟିରେ ନିହାତି ଜରୁରୀ
ଧନ୍ୟ ସେ ନାରୀ
ସେ କାଳୀ ଦୁର୍ଗା ଦେବୀମାତା
କୋଟି ପ୍ରଣାମ ନାରୀ
ତୁ ଏକା ଜଗତଜିତା ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ