ଅଧ୍ୟାୟ ୩୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଚାରି କାନ୍ଥ ଘେରରେ ଶାରୀଟିଏ
ଏହି ମୋର ଛୋଟ ଘରଟିଏ
ତା ଭିତରେ ସଚ୍ଚା ଗୃହିଣୀଟିଏ।
ଥାଏ ମୋର ସରଳ ମନଟିଏ
ନିଷ୍କପଟ ଭରା ହୃଦୟଟିଏ
ମମତା ନିଗାଡି ଗଢ଼େ ସଂସାରଟିଏ।
ମୋ ମନ ପରି ଭାବେ ସବୁରି ମନଟିଏ
ଛଳନା ପ୍ରତାରଣା ମୁଁ ବୁଝିନଥାଏ ।
ମୋ ସଂସାରକୁ ମୁଁ ସମାଜ ଭାବିଥାଏ
ତାର ଉନ୍ନତି ପାଇଁ ମୁଁ ସଦା ଲାଗିଥାଏ
ପରିବାର ଉନ୍ନତିରେ ସମାଜର ହିତ ହୁଏ
ଏ କଥା ମୁଁ ଭଲ ଭାବେ ଜାଣି ଥାଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ