ଅଧ୍ୟାୟ ୩୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଏହାଠୁ ଅଧିକ କିଛି ଜାଣି ନଥାଏ
ନାରୀ ଅବଳା ହେଲେ ବି ଦୁର୍ବଳା ନୁହେଁ
ତା’ ଭିତରେ ବଡ଼ ସମ୍ୱଳ
ତା’ ସ୍ୱାଭିମାନ ଥାଏ
ତାକୁ ଧରି ସେ ନିରେବ ଜିଏ ।
ନୁହେଁ ମୁଁ କବି,
ସମାଜସେବୀ, ସଭାନେତ୍ରୀ
ପ୍ରତିଷ୍ଠିତ ରାଜନେତ୍ରୀ
ତଥାପି ମୁଁ ନାରୀଟିଏ ।
ମୁଁ କନ୍ୟା, ଭଗିନୀ, ଜାୟା, ଜନନୀ
ମୋର ଥାଏ ଏହି ପରିଚୟ
ମୁଁ ଗୃହିଣୀଟିଏ
ସ୍ୱାଭିମାନ ମୋର ଚିର ସାଥୀଟିଏ ।
ତ୍ୟାଗରେ ଜୀବନ ଗଢ଼ାଥାଏ ।
ମୋ’ ସଂସାର ମୋ’ପାଇଁ ସ୍ୱର୍ଗ ହୋଇଥାଏ
ତଥାପି ସମାଜରୁ ସମ୍ମାନ ମିଳିନଥାଏ
ମୁଁ ନାରୀଟିଏ ମୁଁ ନାରୀଟିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ