ଅଧ୍ୟାୟ ୩୯ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ନା କୁନ୍ତୀମାତାଙ୍କର ଭାଗ ଭାଗରେ
ନା ହାରିଥିଲେ କର୍ଣ୍ଣଙ୍କ ବଦଳରେ
ଅର୍ଜୁନଙ୍କୁ ପାଇବାରେ ?
ଅବଶ୍ୟ ମନ ତଳେ
ବୀର ଭାବେ କର୍ଣ୍ଣ ଙ୍କୁ ଗ୍ରହଣ କରି ସାରିଥିଲେ
ନା ସୀତା ମାତା ହାରିଯାଇଥିଲେ
ରାମଚନ୍ଦ୍ରଙ୍କ ଅଗ୍ନି ପରୀକ୍ଷାରେ
ନା କୈକେୟୀ ଭାଙ୍ଗି ପଡ଼ିଥିଲେ ଅପବାଦରେ
ନା ମନ୍ଦୋଦରୀ ଅନ୍ୟକୁ ସାଥୀ କରିପାରିଥିଲେ
ନା ରାଧା ଯମୁନା ଯିବା ବନ୍ଦ କରିଥିଲେ
ନା ଶ୍ୟାମ ପ୍ରେମରୁ ବାହାରି ପାରିଥିଲେ
ନା ଦେବକୀ କାରାବରଣ ସତ୍ତ୍ୱେ
ଗର୍ଭ ଧାରଣ କରିନଥିଲେ !
ଯୁଗେ ଯୁଗେ ନାରୀ ଜିତିଛି
ଆଉ ସଂଗ୍ରାମ କରିଛି
ଜୀବନ ସହିତ, ସମାଜ ସହିତ
ଆଜି ଯୁଗ ବଦଳି ଚାଲିଛି
ଏ ନାରୀ ଆକାଶରେ ଉଡ଼ି ପାରୁଛି
ସମୁଦ୍ରରେ ବୁଡ଼ି ପାରୁଛି
କେତେ ଅସାଧ୍ୟ କାର୍ଯ୍ୟ କରିପାରୁଛି
ମୁଁ ବି ନାରୀଟିଏ !
ହାରିବିନି ଜିତିବା ଶିଖିବି ଆସ୍ତେ ଆସ୍ତେ
ହାରିବିନି କେବେ ଜୀବନପଥେ
ହାରିବିନି ମୁଁ !
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ