ଅଧ୍ୟାୟ ୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଘରକୁ ସୁନ୍ଦର ଦିଶେ ଥିଲେ ନାରୀ
ଭିତରେ କାନ୍ଦେ ସେ ମନ ଭରି
ଉପରେ ହସେ ଏହି ପରା ନାରୀ ।
ଦୁଃଖର ସୋପାନ ଚଢ଼ି ଚଢ଼ି
ସୁଖ ସାଉଁଟିପାରେ ସେ ନାରୀ
ସଂସାର ଯାକର ବୋଝ ବୋହେ
ବାଧା ସବୁ ତା’ ଦେହରେ ରହେ
ସେ ପରା ପାଇଛି ଜନମ ନାରୀ ।
କାହାକୁ ହସାଇବ କାହାକୁ ବୁଝାଇବ
ପାରେନା ସେ ଜାଣି
ତଥାପି ସବୁ ଚେଷ୍ଟା କରେ ସେ ନାରୀ
କରେ ପୂଜାର୍ଚ୍ଚନା କରେ ନାନା ବ୍ରତ ଉପାସ
ଚାହେଁ ମଙ୍ଗଳ ସଭିଙ୍କର
ତଥାପି ସବୁ ଲୁହ ତାହାରି
ସେ ପରା ନାରୀ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ