ଅଧ୍ୟାୟ ୪୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମିଛ ଛଳନାର ଶିକାର ହେଉଥାଏ
ସତରେ କେତେ ବିଶ୍ୱାସ ତା’ର
ସମ୍ପର୍କ ଉପରେ
ଟିକେ ବି ଆବିଳତା ନଥାଏ ମନରେ
ହସ ଖୁସିରେ ଡେଇଁଡେଇଁ
ତା’ ବାଟରେ ସେ ଚାଲିଥାଏ ।
ହସହସ ମନ ଆଉ ଖୋଲାଖୋଲା
ହୃଦୟରେ ସଭିଙ୍କୁ ଧରି ରଖେ
ହେଲେ ଏ ମଣିଷ ଯେ କଳାମୁଣ୍ଡିଆ
ବିଶ୍ୱାସର ପଶାକାଠିରେ ଅବିଶ୍ୱାସର ଗୋଟି ଚଳାଏ
ସ୍ୱାର୍ଥାନ୍ଧ ମନ ନେଇ ଚେର କାଟିଥାଏ
ତାକୁ ଭୁଲାଇଦିଏ ଚକୋଲେଟ୍
ବା ଆଇସକ୍ରିମପରି
ମିଠାମିଠା ଜହର ଦେଇ
ମହୁଆ କଥାରେ ।
ଭୁଲେନା ବିଶ୍ୱାସର ପିଆଲାରେ
ବିଷ ଭରିବାକୁ
ମମତାକୁ ଟିକଟିକ୍ କରି
ଈର୍ଷା ଛୁରିରେ କାଟିବାକୁ
ତା'ର ଫୁଲପରି ସୁନ୍ଦର ଦେହ
ଆଉ ମନକୁ ଚକଟି ଦେବାକୁ
ତା’ ସରଳତାର ସୁଯୋଗ ନେଇ
ତାକୁ ସଜାଇ ଦିଏ
ଦୁନିଆ ଆଗରେ ଦୋଷୀ
ଚଢାଇ ଦିଏ ବଳୀ
ତା’ କୁଟିଳତା ଆଗରେ
ବିଚରା ନୀରିହ ଜୀବନଟି
ଛଟପଟ ହୁଏ ମାନସିକ
ଶାରୀରିକ ଯନ୍ତ୍ରଣାରେ
ନିଜ ବିବେକ ର ଚାବୁକ ପ୍ରହାରରେ
ଶତ ଧିକ୍କାର କରେ ନିଜକୁ
ଛିଃ ରେ ଜୀବନ ସତରେ
କେଡେ ବୋକି ମୁଁ !!
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ