ଅଧ୍ୟାୟ ୪୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମାନସ ପରିଧିକୁ
ଦିଗ ହଜା ମନ ହଜିଯାଏ
ଅଜଣା ପରି ରାଇଜରେ।
ଭାସିଯାଏ ମନ
ଭସା ବାଦଲର ମେଘ ମାଳରେ
ତୁମେ ଭାବନାରେ ଆସିଲେ
ହାଲୁକା ହାଲୁକା ଲହରି ମାଡ଼ିଯାଏ
ଆଖି ମୁଦି ହୁଏ ଦିବା ସ୍ୱପ୍ନରେ।
ଛାତିର ନିଭୃତ କୋଣରେ
ଜାଗାଟିଏ ତ ଥାଏ
ତୁମ ନାମରେ
ହେଲେ ଖୋଜେ ଆମ
ସମ୍ପର୍କର ସୂତା ଖିଅକୁ
ଅସଜଡା ଜୀବନ ଭିତରେ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ