ଅଧ୍ୟାୟ ୪୪ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କେବେ କାଶତଣ୍ଡୀ ଫୁଲଟିଏ
ଧୋବ ଫରଫର ହୋଇ ହଲିଯାଏ
କେବେ ରଙ୍ଗୀନ ଗୋଲାପଟିଏ
ଫୁଟି ଖିଲିଖିଲି ହସୁଥାଏ
କେବେ ମଲାଜହ୍ନର ମୁହଁ
ନଦୀ ସ୍ରୋତରେ ଚହଲି ଯାଏ।
ସମ୍ପର୍କର ନଦୀ ତୀରେ
ମୁଁ ବେନାମୀ ପକ୍ଷୀଟିଏ
ହତାଶ ସେ ଶୁଖିଲା ବୃକ୍ଷରେ ବସିଥାଏ
ମୋ ସମ୍ପର୍କକୁ ଖୋଜୁଥାଏ
ସେ ଓଲଟା ବୃକ୍ଷରେ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ