ଅଧ୍ୟାୟ ୪୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଥକିଯାଏ ସମ୍ପର୍କର ନଦୀ କୂଳରେ
ନାବ ଅଛି ନାଉରୀ ନାହିଁ
ପାରି ହେବାପାଇଁଏ ଜୀବନ ନଈ
ଖୋଜୁଥାଏ ମଣିଷଟିଏ
ସମ୍ପର୍କର ଡୋରି ପାଏନାହିଁ।
ସବୁ ଯେ ଦୁର୍ବଳ ମୋତେ ଲାଗେ
ମୋ ବାଲ୍ୟରୁ ଯୌବନ ଯାଏ
ମୋ ଜୀବନର ଅପରାହ୍ନରେ
ସକାଳୁ ସଂଜ ଯାଏ
ମୋ ଚାରି ପାଖରେ ଯେତେ ଯେତେ
ଚିହ୍ନା ମୁହଁ କାହିଁକି ଅଚିହ୍ନା ଲାଗେ !
ମୁଁ ବସିଛି ସମ୍ପର୍କର ନଦୀ ତୀରେ
ଭାବୁଛି ମୁଁ କେତେ ଅସହାୟ ପଙ୍ଗୁ
ମଣିଷ ଟିଏ,
ଖୋଜେ ସାହାରା ଟିକେ
ବେସାହାରା ହୃଦୟରେ
ପାରି ହେବା ପାଇଁ କିଛି ବାଟ
ଥଳକୂଳ ପାଏ ନାହିଁ
ସମୟ ନାହିଁ ସମ୍ପର୍କୀୟଙ୍କ ପାଖେ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ