ଅଧ୍ୟାୟ ୪୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଫେରି ଆସିଲା ଅସହାୟ ହୋଇ
ସବୁ ମତଲବୀ
ଦେଖୁଛି ଅନୁଭବ କରିଛି
ଡାକୁଛି ହାତ ଠାରି କାହା ପାଖେ
ନାହିଁ ସମୟ ନେବ ହାତ ଧରି
ପାରି କରିଦେବ ଏ ଉଛୁଳା ନଈଟାକୁ
ଏପାରିରେ ନଈ କୂଳରେ ମୁଁ ଯେ ଏକାକୀ
ଯିବାକୁ ଅଛି ପାରି ହୋଇ ସେ ପାରିକୁ।
ଆଜିଯାଏ ସବୁ ମିଛ ସମ୍ପର୍କ
ମୋ ଆଗରେ ପଛରେ କେହି ନାହିଁ
ବୁଲି ପଡ଼ି ଦେଖିଲି ଆଗକୁ ବିରାଟ ନଦୀ
ହେଲେ ମୁଁ ଏକାକୀ।
କୁଆଡେ ଗଲେ ସମ୍ପର୍କୀୟ ମାନେ?
କାମ ସରିଲେ ନାହିଁ ସମ୍ପର୍କର ମାନେ
ସବୁ ସମ୍ପର୍କ ଗୁଡା ଫେଣ୍ଟି ହୋଇଗଲା
ନୂଆ ସମ୍ପର୍କ ସୃଷ୍ଟି ହୁଏ
କେବଳ ନିଜ ସହ
ମୁଁ ଏକାଏକା ଏଇ ନଦୀତୀରେ
ମୋ ନିଜ ସମ୍ପର୍କ ନିଜ ସହ ବାନ୍ଧିଦିଏ
ଆତ୍ମା ଆଉ ଶରୀର ଦେହ ଆଉ ମନ
ଛାତି ଆଉ କୋହ ସବୁ ଏକ ହୋଇଗଲେ।
ଅନେକ ଇଛାର ଆବେଗରେ ଖାଲି ସ୍ମୃତି
ଫୁଲ ଟିଏ, କେବେ ବାସ ଭରେ ପୁଣି
ଝରା ଶେଫାଳୀ ପରି ଝଡ଼ିଯାଏ
ଖୋଜୁଛି ଭାବନାରେ
ପୁଣ୍ୟର ନଦୀତୀରେ
ସେ ସୁଅରେ ଅମାନିଆ ମନ ଭାସିଯାଏ
ହଜିଛି ମୋ ପାଦରେ ପାଉଁଜି ଦିନେ
ଏଇଠି କେଉଁଠି
ଏଇ ନଦୀ କୂଳେ
କୁଅାଁରୀ ମନର ପ୍ରେମର ଜୁଆର
ଭାସିଛି ଏଇ ନଦୀ ଜଳେ
ପାପର ଦେହ ଆଉ ମନକୁ ପଖାଳିଛି
ଦିନେ ଏଇ ନଦୀ ଜଳରେ
ସମ୍ପର୍କର ନଦୀତୀରେ
ଖୋଜୁଛି ଆଜି ଏ ମନ ଜଣକୁ
ଯିଏ ବାନ୍ଧି ଦେଇଥିଲା ସମ୍ପର୍କ ରଜ୍ଜୁରେ
ହଁ ସମ୍ପର୍କ ରଜ୍ଜୁ ରେ
ତାକୁ ଖୋଜେ ମନ
ସମ୍ପର୍କର ନଦୀତୀରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ