ଅଧ୍ୟାୟ ୪୮ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଅସହାୟ କୃଷ୍ଣ ବିନା
ହେ ସାଥୀ ତୁମେ ମୋର ପରମ ତୃପ୍ତି
କେଉଁ ଯୁଗର ହୃଦୟର ସମ୍ପର୍କ
ଅତିଥି ମୋ ଭଗ୍ନ କୁଟୀରର
ମୋ ପ୍ରେମର ଅର୍ଘ୍ୟ ଗ୍ରହଣକର
ଏ କି ଆକର୍ଷଣ !
କେଉଁ ଅୟୁତ ଯୁଗର ଏ ସମ୍ପର୍କ !
ତୁମ ବିନା
ଖାଲି ଖାଲି ମନ ଆଉ
ଖାଲି ଖାଲି ଯେ ହୃଦୟ ।
ହେ ପ୍ରିୟତମ!
କ’ଣ ତୁମର ମୋର ସମ୍ପର୍କ
କୁହ ଥରେ ଜାଣିଛ କି
ଏ କେଉଁ ଜନ୍ମର ବନ୍ଧନ
ତୁମ ବିନା ଲାଗେ ଅଧୁରା ଏ ଜୀବନ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ