ଅଧ୍ୟାୟ ୪୯ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କେବେ ଆଗକୁ ସେ ବୋହି ଯାଏ
କେବେ ଆକାଶର ଜହ୍ନ ପରି ଛନଛନ
ଭାରି ସୁନ୍ଦର ମନକୁ ମୋହିନିଏ
ଜୋର୍ରେ ଭିଡିଦେଲେ
ଛିଣ୍ଡି ଯାଏ ସମ୍ପର୍କର ରଜ୍ଜୁ
ଅତି କୋମଳରେ ଧରିଲେ
ହାତୁ ଯାଏ ଖସି,
ଧରିପାରିଲେ ଅତି ଆଦରରେ
ବନ୍ଧା ପଡ଼ିଯାଏ ସେ ପଣତ ପାଖରେ ।
ସମ୍ପର୍କ!
ଦୁଇ ମନର ହୃଦୟର ସେତୁ ଟିଏ
ଦରକାର ନାହିଁ ପଥର ସିମେଣ୍ଟବସ୍ତା ଟିଏ
ମମତାର ରଜ୍ଜୁ ରେ ବନ୍ଧା ଯାଇଥାଏ..
ଅନାବିଳ ସେ ମମତାର ବନ୍ଧନ
ଭାରି ମିଠା ଲାଗେ ସମ୍ପର୍କ
ଥାଏ ଯଦି ସେଥିରେ ନିଜର ଆଉ
ଆଦର ଭାବ।
ସମ୍ପର୍କ
ହେଉ ହେଉ ସେ ପରା ହୋଇଯାଏ
କା ସାଥିରେ କେତେବେଳେ
ମନ କେଉଁଠି ମିଶିଯାଏ
ନଥାଉ ରକ୍ତର ସଂପର୍କ
ସେ ହୃଦୟରେ
ଅତି ଆପଣାର
ରଖିପାରିଲେ ଠିକ୍ ଭାବରେ
ଜୀବନ ହସିଉଠେ ।
ସମ୍ପର୍କ!
ନାହିଁ ସ୍ଥାନ ସେଠି ଛଳନା ଅହଂକାରର
ଜଣେ ଆନକୁ ସମ୍ମାନ ଦେଲେ
ମଧୁରତା ବଢେ ସଂପର୍କର
ପ୍ରତାରଣାର ନାହିଁ ସେଠି ସ୍ଥାନ
ମିଶୁଥାଏ ସଦା ଦୁଇଟି ମନ।
ସମ୍ପର୍କ!
ବଢ଼ିଯାଏ ବିଶ୍ୱାସ ଭରସା ଆଉ ମମତାରେ
ଚୂନା ହୁଏ ମିଥ୍ୟା ପ୍ରତାରଣା ଧୋକା
ଆଉ ଗର୍ବ ଅହଂକାରରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ