ଅଧ୍ୟାୟ ୫୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ତୁମେ ଜାଣ ମୁଁ ଜାଣେ
ଟିକ୍ଟିକ୍ କରେ ହୃଦୟ
ମନ ନିତିନିତି ଜଳେ ।
କେତେ ଦୂରେ ତୁମେ
କେତେ ଦୂରେ ମୁଁ
କାହିଁକି ଜଳେ ବିରହରେ
ଏ ଶୀତ ଛୁଉଁ ଛୁଉଁ ?
ଥରିଯାଏ ଦେହ
ହୃଦୟ ବି ଥରୁଥାଏ
ତୁମ ଭାବନାରେ ସାଥୀ
ଏ ମନ ବି ଜଳୁଥାଏ
ଜହ୍ନର ଜୋଚ୍ଛନାଠୁ
ମିଠା ଲାଗେ ତୁମ ଭାବନା
ଛୁଇଁ ଦେଲେ ଥରେ
ଜମା ଭୁଲି ହୁଏନା।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ