ଅଧ୍ୟାୟ ୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସହିପାରେ ବୋଲି ସହିବ ସିଏ
ସେ ପରା ନାରୀ
ହାୟରେ ବିଧାତା ଧନ୍ୟ ତୋର ନିୟମ
ଦେଇଛୁ ନାରୀଟିଏ ଜନମ
ସବୁବେଳେ ମରିମରି ବଞ୍ଚେ
ତୁଛା ହସ ହସେ
ସଭିଙ୍କ ପାଇଁ ସେ ନିଜର ହୁଏ
ତା’ ପାଇଁ କାହାର ହାୟ ନଥାଏ
ସୃଷ୍ଟିକାରିଣୀ ପାଳନ କାରିଣୀ
ଧୈର୍ଯ୍ୟମୟୀ କର୍ମମୟୀ ସିଏ ।
ରଙ୍ଗ ପିଆଲାରେ ସିଏ
ଅଙ୍ଗ ଶାୟିନୀ ସିଏ
ମା’ ଡାକରେ ସିଏ
ଭଉଣୀଟିଏ ସିଏ
ଘରର ଲକ୍ଷ୍ମୀ
ସୁନା ଝିଅଟିଏ ସିଏ
ମମତାର ସାଗରଟିଏ
ଅନ୍ୟ ପରିଚୟରେ
ସମାଜରେ ବଞ୍ଚେ
ନାରୀଟିଏ ବୋଲି ସିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ