ଅଧ୍ୟାୟ ୫୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ହାୟ, ଯନ୍ତ୍ରଣା ନଈ ପାଖେ
ନେଇଯାଏ
ସେ ନଈ ଭିତରେ ସାଥୀ
ତୁମ ମୁହଁ ଦିଶୁଥାଏ
କଇଁ ପରି ଭିଜୁଥାଏ ମୁଁ
ପ୍ରେମର ପହିଲି ଛୁଆଁରେ
ହାତ ଠାରି ଡାକୁଥାଏ
ତୁମ ସ୍ମୃତି ଦୂର ଜହ୍ନରେ।
ସାଗର ବେଳାରେ ଭିଜା
ବାଲୁକା ଭିତରେ
ଖୋଜୁଥାଏ ତୁମ ପାଦ ଚିହ୍ନ
ଏଇ ଅବୁଝା ମନରେ।
ଲହରୀ ଛୁଇଁଲେ
ଛୁଇଁ ଯାଏ ତୁମ ସ୍ମୃତି
କେମିତି ଏ ସମ୍ପର୍କ ଭାବେ
ବସି ନିତି ନିତି ।
ଫୁଲ ଭିତରେ ସତେ ତୁମ ମୁହଁ
ଚାନ୍ଦର ଚାନ୍ଦିନୀରେ
ତୁମେ ପୁଣି ରହିଥାଅ
ଚାରିପାଖେ ତୁମ ପାଦ ଚିହ୍ନ
ମନ ଆଇନାରେ ନିତି ତୁମ ମୁହଁ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ