ଅଧ୍ୟାୟ ୫୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ହୃଦୟ ସହ ହୃଦୟର ମିଳନ
ନାହିଁ ସେଠି କିଛି ଭେଦଭାବ
ସମାଜର ବାଛବିଚାର ।
ନୀରବରେ କିଛି କୁହେ ଏ ହୃଦୟକୁ
ତୁମକୁ ଶୁଭିଯାଏ ସେଠି
ଏ ମନର ଭାବନା ଛୁଇଁ ଯାଏ ତୁମକୁ
ତୁମ ଭାବନା ଛୁଇଁଯାଏ ମୋତେ।
ଏଇ ତ ସମ୍ପର୍କ!
ଦୂର ଆକାଶରେ ଚାନ୍ଦ ଛୁଇଁଯାଏ
ପଙ୍କ ପୋଖରୀର କଇଁକୁ
ସୂର୍ଯ୍ୟ ଘୂରାଏ ତା’ ଇଛାରେ
ପୃଥିବୀର ସୂର୍ଯ୍ୟମୁଖୀକୁ
ସୂର୍ଯ୍ୟର ଆଗମନରେ ପଦ୍ମ ଫୁଟେ
ନଦୀ ଆପେ ଆପେ ସାଗରକୁ
ଖୋଜି, ଧାଇଁ ଯାଏ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ