ଅଧ୍ୟାୟ ୫୪ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କେଉଁ ଆବହମାନ କାଳରୁ ରହିଆସିଛି
ଫଗୁଣ ସହ ରଙ୍ଗ ଆଉ ଫୁଲ ସହ ଭ୍ରମର
ପ୍ରେମରେ ଭରପୂର ହୃଦୟ ସେଥିପାଇଁ ତ
ଛାତିରେ ସ୍ପନ୍ଦନ
ହୃଦୟ ଭାବ ମନର ଅନାବନା ଭାବନା
ଏମାନଙ୍କର ସମ୍ପର୍କ ଯେ ବିଧି ନିର୍ଦ୍ଦିଷ୍ଟ।
ସମ୍ପର୍କ!
ତୁମେ ମୋ ସମ୍ପର୍କ ଯେ
ଆମ ମନର ଭାବନା,
ହୃଦୟର ମିଳନ ଛାତିର ସ୍ପନ୍ଦନ
ଆଖି ବୁଜିଦେଲେ
ସେଇ ସମ୍ପର୍କର ଦ୍ୱାହିରେ
ତୁମେପରା ଚାଲିଆସ ହୃଦୟରେ
ଘର କରି ରହିଯାଅ
ଚୁପିଚୁପି ମୋ କାନରେ କହିଦିଅ କିଛି
ସମ୍ପର୍କର ପରିଭାଷା ମୋତେ ବୁଝାଇ ଦିଅ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ