ଅଧ୍ୟାୟ ୫୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସେଇ ସମ୍ପର୍କ ପାଇଁ
ମୁଁ ତୁମକୁ ଖୋଜିଯାଏ
ଆକାଶରୁ ପୃଥିବୀ
ଖୋଜେ ଏଣେତେଣେ
ସବୁଆଡ଼େ ମୋ’ ଚାରି ପାଖରେ
ମୋ ହୃଦୟର ଚାରି କାନ୍ଥରେ ପାଏ ତୁମକୁ
ତୁମେ ଯେ ନିଜର କେବଳ ମୋର
ହଁ କେବଳ ମୋର,
ସମ୍ପର୍କ କୁହେ ତୁମେ ଯେ ମୋର।
ଛାତିରେ ହାତ ମାରିଦେଲେ
ତୁମେ ଧରି ନିଅ
ଆଖି ମୁଦିଦେଲେ ତୁମେ ଦେଖା ଯାଅ
ହୃଦୟକୁ ପଚାରିଲେ କୁହେ ତୁମେ ମୋର
ଅତି ଆପଣାର ଅନୁଭବରେ
ସମ୍ପର୍କ ଭାରି ମିଠା
ସମ୍ପର୍କର ରଜ୍ଜୁ ବହୁତ ଶକ୍ତ
ଧରି ପାରିଲେ ରହିଯାଏ ଆଜୀବନ।
ସମ୍ପର୍କ ସତେ ସୁନ୍ଦର ଗୋଲାପଟିଏ
ଫୁଟେ ମନ ବଗିଚାରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ