ଅଧ୍ୟାୟ ୫୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଠିକ୍ ଆକାଶ ଆଉ ନୀଳିମା
ସାଗର ଆଉ ଲହରି
ଚାନ୍ଦ ଆଉ ଚାନ୍ଦିନୀ
ଫୁଲ ଆଉ ରଙ୍ଗ
ଶୀତ ଆଉ କୁହୁଡି
ମେଘ ଆଉ ମୟୂର
ଆମ୍ବ ବଉଳ ଆଉ ଫଗୁଣ।
ତୁମ ମୋ ସମ୍ପର୍କ
ହୋଇପାରେ କେଉଁ ଏକ
ଦୁର୍ବଳ ମୁହୂର୍ତ୍ତର
ତଥାପି
କିଛି ହୃଦୟର ଆବେଗ
ମମତାର ସେତୁଟିଏ
ସମ୍ପର୍କର ମାନେ
ନା ତୁମେ ବୁଝାଇ ପାରିବ ନା ମୁଁ
ତଥାପି ଦୁଇଟି ହୃଦୟର
ମିଠା ମିଠା ଅନୁଭବ ସେ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ