ଅଧ୍ୟାୟ ୫୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଆନ ପାଇଁ ସଦ୍ଭାବନା
ସମ୍ପର୍କ ପ୍ରୀତିର ଫୁଲଟିଏ
ଫୁଟେ ହୃଦୟ ବଗିଚାରେ
ଜୋର୍ ଧରିଲେ ଛିଡ଼ିଯାଏ
ହାଲ୍କାରେ ଖସିଯାଏ
ଅବିଶ୍ୱାସରେ ତୁଟିଥାଏ
ବିଶ୍ୱାସ, ସ୍ନେହରେ ରହିଯାଏ।
ସମ୍ପର୍କ ମମତାର ଫଲ୍ଗୁଧାରା
ପବିତ୍ର ଗଙ୍ଗା ପରି ସ୍ୱଚ୍ଛ
ଏଠି ନଥାଏ ଛଳନା
ନଥାଏ ପରଶ୍ରୀକାତରତା
ସ୍ୱାର୍ଥ ଆଉ ଈର୍ଷା ।
ଜଣଙ୍କ ଆଖିର ଲୁହ
ଆନ ଆଖିରୁ ଝରିଯାଏ
ଜଣଙ୍କ ହୃଦୟର ଭାଷା
ଆନ ଜଣେ ନୀରବରେ ପଢିଦିଏ।
ବିପଦ ଆପଦେ
ଜଣେ ଜଣଙ୍କର ସାହାରା ହୋଇପାରେ
ସମବେଦନା ପରସ୍ପର ରହେ
ଯେଉଁ ସମ୍ପର୍କରେ ଆବିଳତା
ଛଳନା, ସ୍ୱାର୍ଥପରତା
ସେ ସମ୍ପର୍କ ବହୁ କଷ୍ଟଦିଏ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ