ଅଧ୍ୟାୟ ୫୯ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କେତେବେଳେ କେମିତି କେଉଁଠି ବି
ଗଢିଉଠେ କାହାସହ
ଏ ହୃଦୟଟା ଭାରି ବେସାହାରା
ନିଜ ସହ ନିଜେ ସାଲିସ କରି ମଣିଷ ବଂଚେ
ଚାଲୁ ଚାଲୁ ଏକଲା ପଣରେ ଥକିଯାଏ
କେହି ଯଦି ହାତ ଧରିବାକୁ ବଢ଼ାଇଦିଏ ହାତ
ସେଇଠି ସମ୍ପର୍କର ସେତୁ ଗଢିଉଠେ।
ସମ୍ପର୍କ, ବଂଚିବାର ଗୋଟିଏ ବାହାନା
କେତେ ଦିନ ପାଇଁ ପ୍ରତିଶ୍ରୁତି
ବିପଦରେ କେହି ଜଣେ ସାଥୀ
ଲୁହ ପୋଛିବା ପାଇଁ ଗୋଟିଏ ହାତ
ଭାରାକ୍ରାନ୍ତ ମନକୁ ହାଲକା କରେ
ନୀରବି ଯାଇଥିବା ଓଠରେ ହସ ଆଣେ
ଖୁସିକୁ ବହୁଗୁଣିତ କରେ
ଏମିତି ମଣିଷ ପାଇଁ ନିହାତି ଦରକାର ।
ଏଇତ ସମ୍ପର୍କ
ଯେଉଁଠି ମନ ପାଇଁ ମନଟିଏ
ହୃଦୟ ପାଇଁ ହୃଦୟଟିଏ ମିଳିଥାଏ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ