ଅଧ୍ୟାୟ ୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କର୍ମ ହିଁ ଭଗବାନ
ନାରୀଟିଏ ବନ୍ଧା କର୍ତ୍ତବ୍ୟ ଡୋରିରେ
ତା’ ପାଖେ ଆଗେ ତା ସଂସାର
ଆଉ ସବୁ ଥାଏ ପରେ।
ଦୁଃଖ ତା’ର ନିତି ଦିନର କାହାଣୀ
ରହେ ଛାତି ତଳେ
ହସିହସି କର୍ତ୍ତବ୍ୟର ଡୋରିରେ
ଜୀବନ ବାନ୍ଧେ
ଆଶା ମରିଯାଏ ଚୈତାଳି ତାତିରେ
ସ୍ୱପ୍ନ ରହେ ହୃଦୟର କୋଣରେ
ସ୍ୱପ୍ନ ଦେଖିବାକୁ ଆଖିକୁ ମନା
କର୍ତ୍ତବ୍ୟର ବୋଝ ମୁଣ୍ଡେଇ
ନଇଁ ଯାଏ ବେକ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ