ଅଧ୍ୟାୟ ୬୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଛୋଟଠୁ ବଡ଼ଯାଏ
ଆତ୍ମୀୟଠୁ ପରଯାଏ
ଏଠି ସେଠି ସବୁଠି
କାହିଁ ପାଇଲିନି କେଉଁଠି ତାକୁ।
ଅଛି ତ ସମ୍ପର୍କ କିଛି
ଦେଖିଲି ସବୁ ଆଡ଼େ
କିଛି ଅହଙ୍କାର କିଛି ଆତ୍ମଗର୍ବ, କିଛି ଈର୍ଷା
ଆଉ ପରଶ୍ରୀକାତରତା ସ୍ୱାର୍ଥ ଭିତରେ।
ହେଲେ ଆଜିକାଲି ସମ୍ପର୍କର ମାନେ
ସ୍ୱାର୍ଥ ଆଉ ସ୍ୱାର୍ଥ
ନେଣଦେଣ ନୀତିରେ ତିଷ୍ଠି ପାରେ।
ଆଜିକାଲି ସମ୍ପର୍କରେ ଅଳନ୍ଧୁ
ଠିକ୍ କାନ୍ଥର ଆଇନା ପରି ପୋଛିଲେ ବି
ପୁଣି ସଫା ଲାଗେନା ଆଗପରି
ସଫା ହୃଦୟଟିଏ ମିଳେନା
ଯେତେ ଖୋଜିପାର
ଗର୍ବ ଅହଙ୍କାର ଆତ୍ମଅଭିମାନରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ