ଅଧ୍ୟାୟ ୬୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କିଛି ଭାରି ଖଟା
କିଛି ତ ଭଲ ଲାଗେ
ଆଉ କିଛି ରହି କଷ୍ଟ ଦେଇଥାଏ
ଯେଉଁ ସମ୍ପର୍କ ରହି କଷ୍ଟ ଦିଏ
ସେ ସମ୍ପର୍କଠୁ ମନ ଦୂରେଇ ଦିଏ
ଯିଏ ବୁଝିଛି ସମ୍ପର୍କର ମାନେ
ତାକୁ ହୃଦୟରୁ ମଣିଷ ଭଲପାଏ ।
ମୁଁ ଗଢ଼ିଥିବା ସମ୍ପର୍କ ବା ତୁମେ
ଗଢିଥିବା ସମ୍ପର୍କ
ତିଷ୍ଠି ପାରିଲାନି ବୋଧେ ଏଥିପାଇଁ
ସେଥିରେ ମମତା ନାହିଁ।
ସମ୍ପର୍କର ପରିଭାଷା ନୁହେଁ
ସମାଲୋଚନା
ସମ୍ପର୍କର ପରିଭାଷା ନୁହେଁ ଈର୍ଷା
ସମ୍ପର୍କ ଆସେ ହୃଦୟର ମମତାରୁ
ସମ୍ପର୍କ ଆସେ ମିଠାମିଠା ଭାବନାରୁ
ମୋତେ ଭଲ ଲାଗେନା ମିଛ ସମ୍ପର୍କ
ତେଣୁ ମୁଁ ଦୂରେଇ ଯାଏ ସେ ସମ୍ପର୍କରୁ ।
ଅନେକ ଆସନ୍ତି ଛଳନାରେ ଗଢ଼ିବାକୁ
ସମ୍ପର୍କର ସେତୁ
ଅନେକ ଆସନ୍ତି କିଛି ଶିଖିବାକୁ
ବା ଶିଖାଇବାକୁ
ଅନେକ ଆସନ୍ତି ସମ୍ପର୍କ ନାମରେ
ତୁମ ଭାବନାକୁ କଷ୍ଟ ଦେବାକୁ ।
ମୁଁ ଚାହେଁନା ସେ ସମ୍ପର୍କ ଯେଉଁଠି
ମିଛ ଅହଙ୍କାର ଆଉ ବଡ଼ଲୋକୀର
ଅବହାୱାରେ ଗଢ଼ା ହେବ ସେତୁ
ସମ୍ମାନ ଦିଏ ହୃଦୟରୁ ସମ୍ପର୍କକୁ
ପୁଣି ମୋ ହାତରେ କାଟିଦିଏ
ସେ ମିଛ ସମ୍ପର୍କକୁ ।
ଯେଉଁଠି ମଣିଷ ଭାବେ ମଣିଷକୁ ନୁ୍ୟନ
ସମ୍ମାନ ନଥାଏ ସମ୍ପର୍କର
ଏତେ ବଡ଼ ବିଶାଳ ସଂସାର
ଜ୍ଞାନର ଗନ୍ତାଘର ଏ ପୃଥିବୀ
ଏଠି ସବୁ କେହି ଆଜି ଯାଏ ଜାଣନ୍ତିନି
କି ଜାଣିପାରିବେନି
ପରସ୍ପର ଭାବନାକୁ ସମ୍ମାନ ଦେଲେ
ସମ୍ପର୍କର ତାଜ ଠିଆ ହୁଏ ଆଜୀବନ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ