ଅଧ୍ୟାୟ ୬୪ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଭଲ ଲାଗେ ତୁମ କଥା
ଭଲ ଲାଗେ ତୁମ ନୀରବତା
ଭଲ ଲାଗେ ତୁମ ଆଶ୍ୱାସନା
ତୁମ ସାନ୍ତ୍ୱନା ।
ସମ୍ପର୍କର ଦ୍ୱାହି ଦେଇ
ମୁଁ ହଜିଯାଏ ତୁମ ସ୍ପନ୍ଦନରେ
ତୁମେ ହଜିଯାଅ ଏ ଛାତିରେ
ମନ ସହ ମନ ମିଶିଯାଏ
ହୃଦୟ ସହ ହୃଦୟ ମିଶିଯାଏ
ବଞ୍ଚିବାର ବାହାନା ତୁମେ
ହୋଇଯାଅ
ତୁମେ ନ ଥିଲେ ମୁଁ ନାହିଁ
ମୁଁ ନଥିଲେ ତୁମେ।
ଅଜଣାରୁ ଜଣା ଅଚିହ୍ନାରୁ ଚିହ୍ନା
ତା’ପରେ ତୁମେ ମୋ ନିଃଶ୍ୱାସ
ଆଉ ମୁଁ ରହିଗଲି ବିଶ୍ୱାସରେ
ଏଇ ତ ଆମ ସମ୍ପର୍କ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ