ଅଧ୍ୟାୟ ୬୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ନୀରବତାରେ ଅନେକ କଥା କହି ଦିଅ
ନୀରବ ଆଖିକୁ
ଏକା ନିଃଶ୍ୱାସରେ ପଢିଯାଏ
ଏଇତ ଆମ ସମ୍ପର୍କ ।
ଚୁପିଚୁପି ଛୁଇଁଦିଅ ମନକୁ
ଧୀରେ ଧୀରେ ମାପ ହୃଦୟର
ଗଭୀରତାକୁ
ଆସ୍ତେ ଆସ୍ତେ ଚାଲିଆସ
ମୋ ମନ ଅଗଣାକୁ
ଲୁଚିଲୁଚି ଆଙ୍କି ଦିଅ ଝୋଟି
ବୁଣିଦିଅ ପ୍ରେମ ଅବିର
ଚୁମି ଯାଅ ମଧୁମକ୍ଷୀ ପରି।
ଏଇତ ସମ୍ପର୍କ!
ସାହାରା ବନି ଯାଅ
ହାତଧରି ପଥ ଦେଖାଅ
ଆଉ କ'ଣ ଯେ
ଏଇତ ସମ୍ପର୍କ ଆମ ଭିତରେ
ଆହା କି ମିଠା ସେ ରସ
ବନ୍ଧୁତାଠୁ ଭଲ ଆଉ ଦୁନିଆରେ
କଣ ବା ଅଛି
ସେ ସବୁଠୁ ଊର୍ଦ୍ଧ୍ୱରେ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ