ଅଧ୍ୟାୟ ୬୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କାହିଁକି ଏତେ ଜରାବାସ
ସେ ମାଳୀ କ’ଣ ଜଗି ନଥାଏ
ତା’ ବଗିଚାକୁ ?
ତଥାପି,
ସମ୍ପର୍କର ତରାଜୁରେ ଗୋଟିଏ ପଟ
ଭାରି ପଡେ କାହିଁକି
ବୟସର ଅପରାହ୍ନରେ ?
ନୀଳ ଆକାଶରେ ଜହ୍ନ କେତେ ସୁନ୍ଦର
ପୁଣି ଉଅାଁସ ମାଡ଼ି ଆସେ କ’ଣପାଇଁଁ
ଜୁଆର ଆସେ ନାଚିନାଚି
ପରେପରେ ଭଟ୍ଟା ଆସିବା ଧ୍ରୁବ ସତ୍ୟ।
ଧନ୍ୟ ତୋର ସୃଷ୍ଟି ଧନ୍ୟ ତୋର ଲୀଳା
ମିଛ ସଂସାରରେ କେତେ ରଙ୍ଗ ମାରିଦେଉ
ପୁଣି ବେରଙ୍ଗି କରିଦେଉ
ସଜାଡ଼ି ଦେଉ ପୁଣି ଉଜାଡି ଦେଉ ।
ବିଚରା ମାଳୀଟି ତୋତେ ହିଁ ସମର୍ପିତ ହୁଏ
ତା’ ଜୀବନକୁ ଦୁଇ ହାତ ଯୋଡ଼ି
ସମ୍ପର୍କ ବାନ୍ଧିଦିଏ
ତୋ ସହ ନିବିଡ଼ କରି
କାହିଁକି ନା
ଏ ମିଛ ସଂସାରରେ ତୁ ହିଁ ସତ୍ୟ
କେମିତି ଏ ସମ୍ପର୍କ
ତୁମେ ଜାଣ ମୁଁ ଜାଣେ
ଟିକ୍ଟିକ୍ କରେ ହୃଦୟ
ମନ ନିତିନିତି ଜଳେ
କେତେ ଦୂରେ ତୁମେ
କେତେ ଦୂରେ ମୁଁ
କାହିଁକି ଜଳେ ବିରହରେ
ଏ ଶୀତ ଛୁଉଁ ଛୁଉଁ।
ଥରିଯାଏ ଦେହ
ହୃଦୟ ବି ଥରୁଥାଏ
ତୁମ ଭାବନାରେ ସାଥୀ
ଏ ମନ ବି ଜଳୁଥାଏ
ଜହ୍ନର ଜୋଚ୍ଛନାଠୁ
ମିଠା ଲାଗେ ତୁମ ଭାବନା
ଛୁଇଁଦେଲେ ଥରେ
ଜମା ଭୁଲି ହୁଏନା।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ