ଅଧ୍ୟାୟ ୬୯ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଛାତି ତଳେ ଦୁଇଟି ମୁହଁ
ବୁଢ଼ିଆଣି ଜାଲପରି
ଛନ୍ଦି ହୋଇ ଯାଏ ଜୀବନ।
କେଉଁଠି ଆରମ୍ଭ
କେଉଁଠି ହୁଏ ଶେଷ ଜଣାନାହିଁ
କେବେ ଅଣନିଃଶ୍ୱାସୀ କରିଦିଏ
କେବେ ହୃଦୟ ତରଳାଇଦିଏ
କେବେ ଆତୁର କେବେ ଭୟାତୁର ।
କେବେ ମନ ଆନ୍ଦୋଳିତ କରେ ସମ୍ପର୍କ
ଜୋର୍ କରି ଧରିଲେ ଛିଣ୍ଡିଯାଏ
ହାଲକାରେ ଖସିଯାଏ
ମମତାରେ ମଜବୁତ୍ ହୁଏ
ମାନ ଅଭିମାନ ଲାଭ କ୍ଷତିର
ହିସାବ ନ ଥାଏ
ସ୍ୱାର୍ଥଠାରୁ ବହୁ ଊର୍ଦ୍ଧ୍ୱରେ
ଛଳନା ପ୍ରତାରଣାର ସ୍ଥାନ ନାହିଁ
ନେବା ଅପେକ୍ଷା ଦେବାରେ
ଅନେକ ଆନନ୍ଦ ଥାଏ
କିଛି ଆଶା କରାଯାଏନି ।
ସମ୍ପର୍କ !
ପୂର୍ବ ଜନ୍ମର କର୍ମଫଳରେ
ଭଲ ମଣିଷ ସହିତ ହୃଦୟ
ଯୋଡ଼ି ହୋଇଯାଏ
ମିଠା ମିଠା ଲାଗେ ଜୀବନ
ମନର କଥା ଖୋଲିଯାଏ
ହୃଦୟର ଭାଷା ଜଣେ ପଢ଼ିନିଏ ।
ଦୁଇଟି ହୃଦୟର ମିଳନ
କେବେ ଭାଙ୍ଗେ ନାହିଁ
ମଜବୁତ୍ ବିଶ୍ୱାସ ଆଉ ଭରସାରେ
ଯେଉଁଠି ଛଳନା ଥାଏ
ନିଶ୍ଚୟ ସେ ସମ୍ପର୍କର ତାଜ୍
ଭୁଷୁଡି ଯାଏ
ଆବିଳତା ରଖି କେହି ନିଜର
ହୋଇ ପାରେନା
ଧୋକାବାଜ ମନ ନେଇ କେହି
କେବେ ସମ୍ପର୍କ ରଖିପାରେନା ।
ସମ୍ପର୍କ !
ସେତ ଦୁଇଟି ମନର ମିଳନ
ଦୁଇଟି ହୃଦୟର ସ୍ପନ୍ଦନ
ଦୁଇଟି ଜୀବନର ବିଶ୍ୱାସ
ଦୁଇଟି ମନର ଭରସା
ବଂଚି ବାର ରାହା
ସଂସାର ପଥରେ ଆଶାବାଡ଼ି
ଜୀବନର ମିଠା ଅନୁଭବ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ