ଅଧ୍ୟାୟ ୮ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ତା’ ପାଖେ ହଜିଯାଏ
ହୃଦୟ ବୋଲି ତିନୋଟି ଅକ୍ଷର
ସଂସାରରେ ବନ୍ଧା ପଡ଼ିଥାଏ
ପ୍ରେମ ବୋଲି ଅଢ଼େଇ ଅକ୍ଷର
ଲୁଚିଲୁଚି କଷ୍ଟ ଦିଏ
ଇଛା ଥିଲେ ବି ତ
ନାହିଁ ତା'ର ଡେଣା ଉଡିଯିବାକୁ
କାହିଁ ବହୁ ଦୂର ।
ସେ ଖାଲି ସ୍ମୃତିଟିଏ
ଆସେ ବେଳେବେଳେ
ପିଞ୍ଜରାରେ ଶାରୀ ଛଟପଟ ହୁଏ
ଆଖି ଲୁହରେ ଲେଖେ କାହାଣୀ ତାର
ଜୀବନଟା ବନ୍ଧା ପଡ଼ିଥାଏ କାହାପାଖେ
ସଂସାର ରଜ୍ଜୁଟା ଏତେ ଯେ ଶକ୍ତ
ମୁକୁଳିବାକୁ ନାହିଁ ବାଟ
ଆଉ କ'ଣ କରାଯିବ
ପଞ୍ଜୁରୀରେ ଆବଦ୍ଧ ସାରା ଦିନ
ଘୋଷୁ ଥାଆ ଖାଲି ରାମ ନାମ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ