ଅଧ୍ୟାୟ ୭୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଏମିତି ଅମୂଲ୍ୟ ଚିଜଟିଏ
ତାକୁ ରଖ ବନ୍ଧୁ, ହୃଦୟ ସିନ୍ଧୁକରେ
ସାଇତି କରି ଅତି ଯନôରେ
ତାହା ହେଲେ
ସମ୍ପର୍କ ସେ
ସବୁଠି ଥିବ ତୁମ ସାଥୀରେ
ନିଶ୍ଚୟ ଆସିବ ତୁମ ଦରକାରରେ
ଅଭିମାନ କେବଳ ଭାଙ୍ଗିଦିଏ
ମଜବୁତ ହୃଦୟକୁ
ଗଢ଼ି ପାରେନା ସୁନ୍ଦର ସମ୍ପର୍କଟିଏ ।
ସମ୍ପର୍କ !
ନରମ ଚାରାଟିଏ
ତାକୁ ମମତାର ଜଳ
ସ୍ନେହର ମଳୟ
କୋମଳ ହାତର ପରଶ
ବିଶ୍ୱାସର ମାଟି ଦେଇ ଯନô ନେବା
ନିହାତି ଦରକାର
ସେ ହୁଏ
ସୁନ୍ଦର ସମ୍ପର୍କର ମହା ଦ୍ରୁମଟିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ