ଅଧ୍ୟାୟ ୭୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ତୁମ ମୋ ଭିତର
ଦୁଇଟି ଦେହ ଦୁଇଟି ହୃଦୟ
ଗୋଟିଏ ମନ ।
ଜଣକ ପାଇଁ ଆନ ଜଣଙ୍କର
ସ୍ପନ୍ଦନ ଚାଲେ
ଜଣଙ୍କ ମିଠା କଥାରେ
ଆନ ଜଣେ ବିମୋହିତ ହୁଏ।
କହିବା ଆଗରୁ
ଆଉ ଜଣେ ବୁଝିଥାଏ
ପଡ଼ିଯିବା ଆଗରୁ ଆଉ ଜଣେ
ହାତ ଧରିନିଏ
ହାରିବା ଆଗରୁ ଆଉ ଜଣେ
ଜଣକୁ ଜିତିବାକୁ ଚେଷ୍ଟା କରେ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ