ଅଧ୍ୟାୟ ୭୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଆଉ ଜଣେ କାନ୍ଦିଉଠେ
ଖୋଜିବା ମାତ୍ରେ ଆସେ ହୃଦୟକୁ
ସେ ସିନା ସାଥୀଟିଏ ।
ସମ୍ପର୍କରେ ନ ଥାଏ ଆବିଳତା
ନଥାଏ ଈର୍ଷା
ସତରେ ଏମିତି ସମ୍ପର୍କରେ
ହଜିଯିବାକୁ ଭଲ ଲାଗେ ଆଜୀବନ
ତୁମେ ମୋ ପାଇଁ ମିଠା ସାଥୀଟିଏ
ତୁମ ଦୁଇ ପଦ କଥାରେ
ଏ ହୃଦୟକୁ ମିଳେ ଶାନ୍ତି ଆତ୍ମତୃପ୍ତି ।
ଇଛା ହୁଏ ତୁମ ମିଠା ସମ୍ପର୍କରେ
ବାନ୍ଧି ହେଇଯାଆନ୍ତି ସାରା ଜୀବନ
ସମ୍ପର୍କର ମାନେ କା’ ପାଇଁ କେମିତି
ମୋ ପାଇଁ ରାତିର ରଜନୀଗନ୍ଧା
ସ୍ୱର୍ଗ ର ପାରିଜାତ
ଇନ୍ଦ୍ରଧନୁର ସପ୍ତରଙ୍ଗ
ମୋ ବିନା ତୁମ ହୃଦୟରେ ଶୂନ୍ୟସ୍ଥାନ
ତୁମପାଇଁ ହୃଦୟରେ ବିରାଟ ପ୍ରଶ୍ନବାଚୀ
ଯେମିତି ଖୋଜୁଛ ତୁମେ ଆଜି
ଏଇତ ସମ୍ପର୍କ
ତୁମ ମୋ ଭିତରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ