ଅଧ୍ୟାୟ ୭୪ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ପ୍ରଥମେ ଆସେ ମିଠା ମିଠା ଶବ୍ଦରେ
ବାନ୍ଧି ଦିଏ ଗୋଡ଼କୁ ମୁଣ୍ଡଯାଏ
ମତୁଆଲା ପ୍ରେମରେ ।
ଧିରେ ଧିରେ ଆଗେଇଯାଏ
କାହିଁ ହୃଦୟର ନିଭୃତ କୋଣରୁ
ଲମ୍ୱିଯାଏ କେଉଁ
ଅଜଣା ରାଇଜକୁ
ପରିବ୍ୟାପ୍ତ ସୀମାହୀନ ଆକାଶଯାଏ
କାହିଁକି କେଜାଣି
ଆସ୍ତେ ଆସ୍ତେ
ସମ୍ପର୍କର ରଙ୍ଗଟା
ଫିକା ପଡିଯାଏ
ଯେମିତି ଜୁଆର ପରେ ଭଟ୍ଟା
ବୁଝିହୁଏ ନା କି
ବୁଝାଇ ହୁଏନା
କାହିଁକି ଏମିତି ହୁଏ
ଏତେ ଭଲ ଲାଗୁଥିବା ମଣିଷଟା
କ’ଣ ବଦଳିଯାଇପାରେ!
ନା ସମୟଟା
ଏମିତି ବଦଳିଯାଏ !
ସମ୍ପର୍କ
ଧୀରେ ଧୀରେ ବଦଳିଯାଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ