ଅଧ୍ୟାୟ ୭୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କୃଷ୍ଣ ସୁଦାମାର ଭାବ ନେଇ
ସେ ବନ୍ଧୁତା ଚିର ଅମଳିନ
ରହିବ ଜଗତେ ଯୁଗ ଯୁଗ ପାଇଁ।
ମିଛ ସମ୍ପର୍କରେ ଆସିବନି ବନ୍ଧୁ
ସହଜେ ଭଙ୍ଗା ହୃଦୟ ମୋର
ମମତାର ଫଗୁ ଉଡ଼ାଇ ଆସିବ
ଦେଖ ହସୁଛି ଫଗୁଣ
ଆସିବେ ରାଧା କୃଷ୍ଣ
ପ୍ରୀତିର ଅବିର ବୁଣି ଫଗୁ ଦଶମୀରେ
ସେମିତି ଖୁସି ନେଇ ଆସ
ଏଇ ବନ୍ଧୁତା ଜୀବନରେ।
କୃଷ୍ଣ ସୁଦାମା ପରି ଆସ
ଜୀବନେ ବନ୍ଧୁତାର ଦ୍ୱାହି ଦେଇ
ବନ୍ଧୁଙ୍କ ପାଇଁ ଯେପରି ହୃଦୟର
ଦ୍ୱାର ଆପେ ଖୋଲି ଯାଇ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ