ଅଧ୍ୟାୟ ୭୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସମ୍ପର୍କଟା ଭୁଷୁଡି ଯିବ
ବଂଚି ଥାଉଥାଉ
ଜୀବନଟା ଚାଲିଯିବ
ଦୁଃଖରେ ସୁଖରେ ଆସ
ବନ୍ଧୁତାର ମନ ନେଇ
ବିପଦରେ ଥାଅ ସାଥିଟିଏ ହୋଇ।
ସ୍ୱାର୍ଥପର ମନ ନେଇ କେବେ
ଆସିବନି ବନ୍ଧୁ
ଭାଙ୍ଗିଯିବ ଏଇ ସମ୍ପର୍କର ସେତୁ
ଦୂରେ ଥାଅ କି ପାଖେ ଥାଅ
ନାହିଁ ମନରେ ଦୁଃଖ
ବନ୍ଧୁ ପରି ବନ୍ଧୁ ହୋଇ ରହିବା ଶିଖ।
ବିଶ୍ୱାସର ମଞ୍ଜି ବୁଣି ଦେଇ
ପ୍ରତାରଣା କରିବ ନାହିଁ
ହୃଦୟ ସହିତ ହୃଦୟ ମିଶିଲେ
ବନ୍ଧୁତା ଅମଳିନ ରହି ଥାଇ।
ଆଜି ମିଠା କଥା କହି
କାଲି କଲେ ପ୍ରତାରଣା
ହୃଦୟଟା ଭାଙ୍ଗିଯାଏ ପିଉଛି ସତେ
ବିଷର ପିଆଲା
ଶେଷରେ ସସେମେରା ସସେମେରା
ପଢିଥିବା ଗପ ସଂସ୍କୃତରେ
ବିଶ୍ୱାସ ହାରିଲେ କି ଫଳ ମିଳି ପାରେ
‘କଃ ବାନ୍ଧବ’ ଜାଣିଥିବ ବାନ୍ଧବୀ ମାନେ
ସେମିତି ସମ୍ପର୍କ ରହୁ ଜୀବନରେ।
ବୁଝିଯିବ ବନ୍ଧୁ
ଆଜି ଜୀବନ କାଲି ନାହିଁ
ମିଛ ଅହଙ୍କାର କେବେ ଆଣିବ ନାହିଁ
ହୃଦୟ ଖୋଲି କଥା ଦୁଇପଦ ହୋଇ ଯିବା
ସଂସାର ଜଞ୍ଜାଳରୁ ହାଲକା ହେବା ।
ସମ୍ପର୍କର ସେତୁ ଗଢ଼ିଦିଅ ମମତାର ଇଟା
ସିମେଣ୍ଟଦେଇ
ଦେଖିବ ସେ ସେତୁ ଜୀବନେ କେବେ
ଭାଙ୍ଗିବ ନାହିଁ
ବିଶ୍ୱାସର ମଞ୍ଜି ବୁଣିବ
ଭରସା ପାଣି ଦେଇ
ହସିବ ମନ ବନରେ ସୁନ୍ଦର ଫୁଲ ହୋଇ।
ମାଳାଟିଏ ହୋଇ ବିଭୁ ପାଦେ ଲମ୍ବି ଯିବା
ଈର୍ଷା ପରଶ୍ରୀକାତରତାକୁ
ପ୍ରେମରେ ସଜାଇ ଦେବା
ନାରୀ ଜନମ ମମତା କେବଳ ହୃଦୟରେ
ଶୋଭା ପାଏନା ଈର୍ଷା ପ୍ରତାରଣା ଧୋକା
ନାରୀ ଜୀବନରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ