ଅଧ୍ୟାୟ ୭୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଏମିତି ଭାବପ୍ରବଣତାରେ
ମିଛିମିଛିକା ସମ୍ପର୍କର ରଜ୍ଜୁରେ
ଏଇ ମନର ନୀରବ ଇଲାକାରେ।
ମନର ଆବେଗରେ ଆମେ ଥିଲେ
ବହୁତ ପାଖରେ
ଚୁମି ଯାଉଥିଲ ଏଇ ନୀରବ ମନକୁ
ଖୁବ୍ ଆତ୍ମୀୟତାରେ।
ସତେ ଅବା ତୁମେ ଆଉ ମୁଁ
ସାଗରର ତୃଷ୍ଣା ନଦୀର ବ୍ୟାକୁଳତା
ଅଦମ୍ୟ ପିପାସା ଅତି ବ୍ୟାକୁଳତା
ଦୁହେଁ ଦୁହିଁଙ୍କ ପାଖରେ..।
ଆଜି
ଆଜି ତୁମେ ପରିଚିତ ପୃଷ୍ଠାଟିଏ
ମନ ଡାଏରୀରେ
ଏ ଦରଜ ଛାତିର ଉପଶମ ପାଇଁ
ଶାନ୍ତିର ମଲମଟିଏ।
ଏ ଭଙ୍ଗା ମନ ଆଇନାରେ ତୁମେ
ସୁନ୍ଦର ପ୍ରତି ଛବିଟିଏ
ହୃଦୟ କାନ୍ଥରେ ତୁମେ ଅଲିଭା
ଅକ୍ଷରଟିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ