ଅଧ୍ୟାୟ ୭୮ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ବେସାହାରା ମନ ପ୍ରାଙ୍ଗଣରେ
ଲୋଡ଼ା ପଡ ତୁମେ ମୋ ଜୀବନର
ନିଛାଟିଆ ପଥରେ।
ନୀରବ ନିସ୍ତବ୍ଧ ପାନ୍ଥଶାଳାରେ କ୍ଲାନ୍ତ
ପଥିକଟିଏ ମୁଁ
ଖୋଜୁଛି ଟିକେ ଆଶ୍ୱାସନା ଆଉ
ସାନ୍ତ୍ୱନାର ମଲମ।
କାହିଁକି କେଜାଣି ମନ ବେଳାଭୂମିରେ
ଅସଂଖ୍ୟ ଢେଉ
ଗୁରୁ ଗମ୍ଭୀର ସ୍ୱରରେ ପ୍ରକମ୍ପିତ
ଏଇ ଜୀବନ ତଟ
ଯଦି ତୁମ ଆସିବାରେ ଶାନ୍ତ ଏ ମନ
ତୃପ୍ତ ଏ ଜୀବନ
ଥାଅ ତୁମେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ
ହସିହସି ପିଇ ଦିଏ ସକ୍ରେଟିସ ପରି
ବିଷ ସବୁ
କିଛି ବି ଲାଗିବନି ଡର
ସେଦିନ ଆଉ ଆଜି ଅନେକ ଫରକ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ