ଅଧ୍ୟାୟ ୭୯ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କେଉଁଠି ଭେଟିବ
ଚିହ୍ନିବ କି ନାହିଁ ବନ୍ଧୁ ସମୟ କହିବ ।
ଆଜି ସିନା ଲାଗେ
ତୁମେ ଭାରି ମୋ ନିଜର
କାଲିକି ତୁମେ ବଦଳିବ
କି ନା କାଲିତ କହିବ
ଆଜି ମିଠା ମିଠା ଲାଗେ
ଭାରି ଆମ କଥା
ସମ୍ପର୍କଟା ଲାଗେ ଭାରି
ତୋଫା ତୋଫା
ଜହ୍ନ ବି ତ ତୋଫା ଦିଶେ
ଦେଖୁନା ତା ଭିତରେ
କଳଙ୍କର ଚିହ୍ନ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ