ଅଧ୍ୟାୟ ୮୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଭାରି ସାଧା ସିଧା
କାଲିକି କିଏ କହିପାରିବ
ପଡ଼ିବ ଫୁଲ କି କଣ୍ଟା
ସୁନ୍ଦର ଗୋଲାପଟିଏ ବୋଲି
ତୋଳିବାକୁ ମନହୁଏ
ଛୁଇଁଲା ବେଳକୁ ସେତ
କଣ୍ଟାର ଆଘାତ ଦିଏ
ମନତ ଏକ ରଙ୍ଗୀନ କାଗଜର
ଡଙ୍ଗା ପରି
କେତେବେଳେ କେଉଁଠି ଭାସିବ
କେ ପାରିବ କଳି
ଏତେ ବଡ଼ ଦୁନିଆରେ
ଏତେ ଯେ ଗହଳି
କେଉଁଠି ହଜିବ ମନ
କେ ପାରିବ ଜାଣି
ତୁମେ ସିନା ଆସି ଆଜି
ମନକୁ ଚୋରି କରି
ମିଠା ଆଲିଙ୍ଗନେ ରୁହ
ହୃଦୟରେ ଘର କରି
କାଲି ଯେ ତୁମେ ଭାଙ୍ଗି ବନି ଘର
କିଏ ବା କହିବ !
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ