ଅଧ୍ୟାୟ ୮୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କେତେବେଳେ ଅଦିନିଆ ଝଡ଼ ଆସିଯାଏ
ହଠାତ୍ ସୁନାର ସଂସାରକୁ ଭାଙ୍ଗିରୁଜି ଦିଏ
ସରାଗରେ ସିନା ତୋଳେ
ବସି ସାଗର କୂଳରେ
ବାଲିର ସେ ଘର
ସାଗର କି ବୁଝେ ମୋ ସୁନାର ସପନ
ଲହରୀମାଳ ଆସି
ବାଲି ଘର ଧୋଇ ନିଏ
ଚାହୁଁ ଚାହୁଁ ଘର ମୋର
ସାଗରକୁ ଚାଲିଯାଏ ।
ଏମିତି ବନ୍ଧୁ ସମ୍ପର୍କ
ସୂତାଖିଅ ଟିଏ ପରି
ବୁଢ଼ିଆଣୀ ଜାଲରେ ଛନ୍ଦି ହୁଏ ଭାରି
ଆଜି ଯାହା ସୁନ୍ଦର କାଲି କି ବଦଳିଯାଏ
ଆଜି ତୁମେ ନିଜର ଲାଗ ଭାରି ଏ ଜୀବନେ
କାଲି ବାଟ ଭାଙ୍ଗି ଯିବ ଏକଥା ମୁଁ ଜାଣେ
କିଏ ଜାଣେ ପୁଣି
କେତେବେଳେ କେଉଁଠି
ଭେଟ ହେବ
ଚିହ୍ନିବ କି ନା ବନ୍ଧୁ ସେ ସମୟ କହିବ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ