ଅଧ୍ୟାୟ ୮୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଅତି ଆପଣାର
ହୃଦୟର ଆବେଗରେ ଏ
ଜୀବନ ବନ୍ଧା ପଡିଥାଏ
ସମ୍ପର୍କ ସେତୁ ମମତାର
ବାଲି ବିଶ୍ୱାସର ଇଟା
ଆଉ ନିଃସ୍ୱାର୍ଥପରତାର
ସିମେଣ୍ଟରେ ତିଆରି।
ମଜବୁତ ଡୋରିଟା
ହୃଦୟରେ ସହାନୁଭୂତିର
ଅଠାରେ ଯୋଡିହୁଏ
ବୁଡିଆଣୀ ଜାଲ ପରି
ଗୁଡେଇ ଦିଏ ଜୀବନକୁ
ସେ ହିଁ ସମ୍ପର୍କ ।
କାହିଁକି ଆସେ ମିଛ ସମ୍ପର୍କ
ରଜ୍ଜୁ ଏତେ ଦୁର୍ବଳ କ’ଣ ପାଇଁ
ଭରସା ପାଏନା ବିଶ୍ୱାସ ନଥାଏ
ସେ ସମ୍ପର୍କର ମାନେ କଣ?
କହିପାରିବ!
ଆମ ସଂପର୍କ ରଜ୍ଜୁଟା
କେତେ ଟାଣ?
ଦୁର୍ବଳ ନୁହେଁ ତ!
ମୁଁ ତ ପାଉନି ଖୋଜି ଉତ୍ତର !
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ