ଅଧ୍ୟାୟ ୧୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ତୁମେ ଅନନ୍ତ ତୁମେ ଅସୀମ
ତୁମେ ସୁନୀଳ ସୀମାହୀନ ପରିବ୍ୟାପ୍ତ
ତୁମ ବିଶାଳତାରେ ଭରିରହିଛି
କେତେ ଉପାଦେୟ ତଥ୍ୟ।
କେବେକେବେ ମନହୁଏ, ଚାହେଁ ମୁହିଁ
ନିର୍ଲିପ୍ତ ନୟନେ ଆକାଶକୁ
ମାପିବାକୁ ଇଚ୍ଛାହୁଏ ତା’ର
ବିଶାଳ ହୃଦୟର ପରିଧିକୁ
କେଉଁଠୁ ଆରମ୍ଭ କେଉଁଠି ଶେଷ ସିଏ
ନାହିଁ ଯା'ର ଆଦି ଅନ୍ତ ।ା
କେବଳ ସେ ଛତାଟିଏ ପୃଥିବୀ ମା'ର
ଦାର୍ଶନିକ ମନନେଇ ଭାବିଲେ ଲାଗେ
କେମିତି ଧରେ ନକ୍ଷତ୍ରକୁ।
କେତେ ନିଜର ପଣରେ ଜାବୁଡ଼ି ଧରେ
ଗ୍ରହ ନକ୍ଷତ୍ର ତାରା ପୁଞ୍ଜକୁ।ା
ଏତେ ନୀଳ କାହିଁକି ସିଏ ସତରେ
ପିଇ ଦେଇଛି କି ସବୁ ରଙ୍ଗକୁ
ସେଥିପାଇଁ ନୀଳନୀଳ ଏଇ ଆକାଶ
କହୁଛି ହୋଇଯାଅ ମୋ ପରି।ା
ଋତୁର ନା ବର୍ଷା ।ାା ୩୫
ରଖିପାରିଛି ଆକାଶରେ ଦାଉଦାଉ
ଜଳୁଥିବା ଉତପ୍ତ ସୂର୍ଯ୍ୟକୁ
ପୁଣି କୁହେ ମୋତେ ଦେଖ
ମୁଁ ବି ଧରିଛି ଶୀତଳ ଜହ୍ନର ଜ୍ୟୋତ୍ସ୍ନାକୁ ।ା
ଫୁଟିଛି ଚିକ୍ଚିକ୍ ତାରାଫୁଲ ରାତିରେ
ଆକାଶ ଛାତିରେ
ପୁଣି ଜଳୁଛି ଆଲୋକ ପିଣ୍ଡ ଦିନରେ
ଆକାଶ ବି ଜଳୁଛି ତା ସାଥୀରେ।
ଆକାଶ କହୁଛି ମୋତେ ମୋ ପରି
ଧରି ରଖିବା ଶିଖ ତୁମେ
ମହାକର୍ଷଣ ଶକ୍ତି ସୃଷ୍ଟିକର ତୁମଠି
ସବୁ ବାନ୍ଧି ହୋଇଯିବେ।ା
ଆକାଶ କୁହେ ମୋତେ ଦେଖ
ମୁଁ ରଙ୍ଗ ବଦଳାଇ ଦିଏ
ସକାଳେ ସଜାଇ ଦିଏ ପୃଥିବୀକୁ
ଉଜ୍ୱଳ ଆଲୋକରେ।
ପୁଣି ସଞ୍ଜ ହେଲେ ନାଲି ଅବିର
ବୁଣି ଦିଏ ପୃଥିବୀ ଉପରେ।ା
ରାତ୍ରିର ଅନ୍ଧକାରେ ସବୁ ସତା ହଜିଯାଏ
ମୁଁ ବି ନିଜେ ପାଏନା ନିଜକୁ।
ଆକାଶ କୁହେ ମୋତେ ଦେଖ ତୁମେ
କେବେ କାନ୍ଦେ ଶ୍ରାବଣର ବାରି
ମେଘ ମେଳେ ଲୁଚିଲୁଚି
କେବେ ହସେ ପୁଣି ଶରତ ପ୍ରାନ୍ତେ
ଧଳା କାଶତଣ୍ଡୀ ସାଜି।
ଋତୁର ନା ବର୍ଷା ।ାା ୩୬
କେବେ ପୁଣି ଇନ୍ଦ୍ରଧନୁ ସୃଷ୍ଟିକରେ
ଆକାଶ ଛାତିରେ ଝୋଟି
ମୋ ପରି ହୋଇଯାଅ ମଣିଷ
ଶିଖ ପ୍ରକୃତିରୁ କିଛି।ା
ତଥାପି ରୁହ ସ୍ଥିର ନିଶ୍ଚିତ ଦୃଢ଼ ମନେ
ମୁଁ ଅଛି ସୃଷ୍ଟି ଆରମ୍ଭରୁ ଆଜିଯାଏ
ଧରଣୀର ରକ୍ଷା କବଚ ମମତାର।
ଶିକ୍ଷା ଦିଏ ବିଶାଳ କର
ହୃଦୟକୁ ତୁମର
ସଂକୀର୍ଣ୍ଣତାର ପାଚେରୀ ଡେଇଁ
ସଭିଙ୍କୁ ଆପଣେଇ ନିଅ।ା
ସ୍ୱାର୍ଥର ଅନ୍ଧଗଳି ଛାଡ଼ି
ଅନ୍ୟର ହିତରେ ଚାଲ।
କ୍ଷମାର ଅମୃତ ବାଂଟି ଚାଲ
ସତ୍ୟ ପଥରେ ଚାଲ
ଜୀବନ ଲାଗିବ ସୁନ୍ଦର।
ଆତ୍ମାରେ ଯଦି ଶୁଦ୍ଧତା ରହେ
ମଣିଷ ହେବ ସତରେ ଅମର।ା
ଋତୁର ନା ବର୍ଷା ।ାା ୩୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ