ଅଧ୍ୟାୟ ୧୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ତୁମେ ବୁଝିବ କି ପାନ୍ଥଶାଳା ମନ
ପଥର କାନ୍ଥକୁ ଦେଖି।
କେତେ ଯେ ଆବେଗ ଥାଏ ତା' ଅନ୍ତରେ
କେତେ ସୁଖୀ କେତେ ଦୁଃଖୀ ।ା
ଦିନଟିଏ ପାଇଁ ତୁମେ ତ ଅତିଥି
ତୁମେ ଫେରିଗଲା ପରେ।
କେତେ ଶୂନ୍ୟତା ଚାରିକାନ୍ଥ କୋଳେ
କେବେ ପଚାରିଛ ଥରେ ?
କେବେ କୁହେ ନାହିଁ ଅନ୍ତଃସ୍ଥ ଆବେଗ
ଚାହିଁଥାଏ ତୁମ ବାଟ।
ଚିନ୍ତାକଲେ ମଧ୍ୟ ପଚାରି ପାରେନା
କାହିଁକି ମନେ ଉଚ୍ଚାଟ ।ା
ପାନ୍ଥଶାଳା ମୁଁ ପ୍ରତିକ୍ଷିତ ଆଜି
ହୃଦୟ ଦୁଆରେ ରହି।
କେବେ ଯେ ଆସିବ ମନର ମଣିଷ
ଜାଣିନାହିଁ ଜାଣିନାହିଁ ।ା
ଋତୁର ନା ବର୍ଷା ।ାା ୩୮
ଆସୁଛ ତ ଆସ ଯେତେବେଳେ ତୁମେ
ରହିଛି ଦ୍ୱାର ମୋ ଖୋଲା।
ଆସିବ ମିଶିବ ଛାଡ଼ିଯିବ କିଛି
ସ୍ମୃତି ରହିବ ଅଭୁଲା।ା
ଏଇମିତି କିଛି ଭାବନା ଭିତରେ
ରହିରହି ଦିନସରେ।
ତଥାପି ଅପେକ୍ଷା ଆସି ଯାଆନ୍ତ କି
ଆଜି ରାତି ଅନ୍ଧାରରେ ।ା
ଋତୁର ନା ବର୍ଷା ।ାା ୩୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ