ଅଧ୍ୟାୟ ୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଆଉ ଥରେ ଆସ ଭିଜିଯିବା ସାଥୀ
ଏଇ ଶେଷ ଶ୍ରାବଣରେ।
କୁଆଁରୀ ମନର ଭିଜିଲା ଦେହଟା
ଆଜି କାହିଁ ମନେ ପଡ଼େ।ା
ସେଦିନ ଯେପରି ଭିଜିଥିଲେ ଥିଲା
ଆଷାଢର ଶୀହରଣ।
ଆସ ଭିଜିଯିବା ଶେଷ ଶ୍ରାବଣର
ଫେରାଇ ଆଣି ସେ ମନ।ା
ଭିଜି ଥିଲେ ଦିନେ ଜ୍ୟୋତ୍ସ୍ନା ବିଧୌତ
ଚାନ୍ଦଭରା ରଜନୀରେ।
ମୁରୁକି ଅନାଇ କଇଁ ହସୁ ଥିଲା
ଆବେଗ ଭରା ଛୁଆଁରେ।ା
ଆଜି କାହିଁ ମନ ହୁଏ ଭିଜିବାକୁ
ବରଷା ତୁହାକୁତୁହା।
ହେଲା ଅପରାହ୍ଣ ସଞ୍ଜ ରତରତ
କଥା ମନେ ପଡ଼େ ଆହା ।ା
ଆଜିବି ଆସିଛି ଶ୍ରାବଣ ଆସନା
ଭିଜି ଯିବା ମନ ଖୋଲି।
ଏବେ କ’ଣ ଆଉ ଅଛି ସେଇବେଳ
ଫୁଲେଇ ଫଗୁଣ ପରି ।ା
ଋତୁର ନା ବର୍ଷା ।ାା ୩୩
ଫଗୁଣ ରଙ୍ଗରେ ଭିଜୁଥିଲା ମନ
ରଙ୍ଗରଙ୍ଗ ଥିଲା ମନ।
ଆଜି ଆସ ଭିଜିଯିବା ସାଥୀ ଏବେ
ଜଗାଇ ସେହି ସପନ ।ା
ଭାରି ଭଲଲାଗେ ଭିଜା ଶ୍ରାବଣଟା
ଧୋଇଦିଏ ଏଇ ଦେହ।
ମନର ବେଦନା କେହି ଦେଖିବେନି
ସରିଯିବ ଆଖି ଲୁହ ।ା
ଆଉ ଥରେ ଆସ ଭିଜିଯିବା ସାଥୀ
ମନରେ ନ ରଖି ଭୟ।
ସରିସରି ଆସେ ଜୀବନର ଆୟୁ
ବାକି ତ କିଛି ସମୟ ।ା
ସଞ୍ଜ ରତରତ ସମୟ ଖାତାରେ
ଭିଜିବା ମଜା ନିଆରା।
କେହି ଦେଖିବେନି ଆମେ ଭିଜିବା
ଶେଷ ଶ୍ରାବଣଟା ପରା।ା
ଶେଷ ଶ୍ରାବଣରେ ଶେଷ ଚିଠି ମନ
ଲେଖିଦେବ ତୁମପାଇଁ ।
ଚିଠି ବି ଭିଜିବ ମନ ବି ଭିଜିବ
ଶେଷ ଭିଜା ପରା ଏଇ।ା
ଋତୁର ନା ବର୍ଷା ।ାା ୩୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ