ଅଧ୍ୟାୟ ୧୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ମାନିନୀ ମନର ଚିଠି ରହିଗଲା
ଲଫାପାରେ ମୁଦ ହୋଇ।
ଅଭିମାନଭରା କୋହ ଦସ୍ତାବିଜ
ତୁମେ ବା ବୁଝିବ କାହିଁ ?
ପ୍ରେମ କି ଏମିତି ଶସ୍ତା ଆବେଗଟେ
ମନ ନେଇ ଭୂଲି ଯିବ ?
ପ୍ରେମ ନୁହେଁ ଜମା ମାଟିର ଖେଳଣା
ମନ ଇଚ୍ଛା ଭାଙ୍ଗି ଦେବ।ା
ପ୍ରେମ ତ ଶାସ୍ୱତ ହୃଦୟ ମିଳନ
ମନ ପଥରରେ ଗାର।
ପଡ଼ିଗଲେ ଥରେ ଆଉ ଲିଭେ ନାହିଁ
ଥିବା ଯାଏଁ ଦେହ-ଘର।ା
ସେ ଘରେ ଅପେକ୍ଷା କରିଛି ମୁଁ ସାଥୀ
ଧୀରେ ରାତି ଯାଏ ପାହି।
ଛନକା ଲାଗୁଛି ହେଇ ଆସିଲେ କି
ତୁମର ତ ଦେଖା ନାହିଁ ।ା
ମାନିନୀ ମନରେ ଅଭିମାନ କେତେ
ବୁଝିଲ କି ସାଥୀ ଥରେ ?
କେମିତି କହିବି ଅପେକ୍ଷାର କଷ୍ଟ
ଛଳମୟ ଦୁନିଆରେ।ା
ଋତୁର ନା ବର୍ଷା ।ାା ୪୦
ଅଦିନରେ ସିନା ମନ ହଜିଗଲା
ସ୍ମୃତି ଦାଗ ଲିଭୁନାହିଁ।
ଥାଅ ଯେତେ ଦୂରେ ମନ ରହିଗଲା
ଜାଣେନା କେଉଁଥି ପାଇଁ ?
ଜଞ୍ଜାଳ ଭିତରେ ସମୟ ମିଳେନା
ଭାବିବାକୁ କିଛି ଆଉ।
ମୋ ଜୁଇ ଜଳିବା ପର୍ଯ୍ୟନ୍ତ ତୁମରି
ଭାବନା ମନରେ ଥାଉ।ା
ମୋ ମନର ଚିଠି ଖୋଲିଦେବ ଯେବେ
ଜାଣିଯିବ ମନ କଥା।
ତୁମ ନୀରବତା ଆଜି ଯାଏ ଦିଏ
କେତେ ଯେ ମନରେ ବ୍ୟଥା।ା
ସପନ ରହିଗଲା ଅଧୁରା ପ୍ରେମ ବି
ରହିଲା ଅଧୁରା ସାଥୀ।
ଆର ଜନମକୁ ଅପେକ୍ଷା ତୁମକୁ
ନିଶ୍ଚୟ ମିଳିବ ପ୍ରୀତି।ା
ପ୍ରେମରେ ହାରିଲା ପରେ ବି ମୋ ପାଇଁ
ଅପେକ୍ଷାର ଅନ୍ତ ନାହିଁ।
ଏବେ ବି ନିରୋଳା ବେଳାରେ କେ'ଜଣେ
ଆସେ ଚୁପି ଚୁପି ଛୁଇଁ।ା
ଋତୁର ନା ବର୍ଷା ।ାା ୪୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ